Home » Weather Report: ରାଜ୍ୟର ୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଅନୁଗୋଳରେ ଶୀତ ଆରମ୍ଭ

Weather Report: ରାଜ୍ୟର ୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଅନୁଗୋଳରେ ଶୀତ ଆରମ୍ଭ

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା (Temperature) କମିଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ଟି ସହର ହେଉଛି ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା।

ସୋନପୁରରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇ ୧୧.୮ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୨୦.୬ ଓ କଟକର ୧୯ ଡ୍ରିଗୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

[masterslider id=”1″]

ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟରେ ପ୍ରବେଶ କରିବ। ଫଳରେ ଉତ୍ତର ଓଡ଼ିଶାର ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read |Special Train: ରାଉରକେଲା-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ୍‍ ଟ୍ରେନ୍‍ ଆଜିଠାରୁ ପ୍ରତ୍ୟହ ଚାଲିବ

Share this:

Leave a Reply

Your email address will not be published. Required fields are marked *