Odisha Weather Updates: ଆସନ୍ତା ୨ଦିନ କିଛି ଜିଲ୍ଲାରେ ହୋଇପାରେ ବର୍ଷା, ଆଉ କିଛି ଜିଲ୍ଲାରେ ହେବ ଘନ କୁହୁଡ଼ି
ଭୁବନେଶ୍ଵର : Odisha Weather updates ଓଡ଼ିଶାରେ ଶୀତ ଲହରୀ ପୁଣି ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ସୂଚନା ଅନୁଯାୟୀ ଆସନ୍ତାକାଲି ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସମୟ ମଧ୍ୟରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଗଞ୍ଜାମ, ଗଜପତି, କନ୍ଧମାଳ,…
