Home » Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ

Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ

sams
Share this:

ଭୁବନେଶ୍ଵର: ଆଜି +୨ କଳା(Arts),ବିଜ୍ଞାନ (Science) ଓ ବଣିଜ୍ୟ (Commerce) ରେ ଆଡମିଶନ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏବର୍ଷ ଓଡ଼ିଶାରେ ରେଭେନ୍ସା ଜୁନିଅର କଲେଜ ସମସ୍ତ ତିନୋଟି  ବିଷୟରେ  ଆଗରେ ଥିବା ଜଣାଯାଇଛି। 

ୱେବସାଇଟ ସୂଚନା ଅନୁଯାୟୀ, ରେଭେନ୍ସାରେ କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ,ବିଜ୍ଞାନରେ ୮୯% ଓ ବାଣିଜ୍ୟରେ ୭୫.୮୩% ରହିଛି। ବିଜ୍ଞାନରେ ଦ୍ଵିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ (Higher Secondary School) ରେ କଟ୍ ଅଫ୍ ମାର୍କ ୮୮.୬%। ବିଜ୍ଞାନରେ ତୃତୀୟ ସ୍ଥାନରେ ବ୍ରହ୍ମପୁର ନୀଳକଣ୍ଠନଗରର ସରସ୍ଵତୀ ବିଦ୍ୟାମନ୍ଦିର  କଟ୍ ଅଫ୍ ମାର୍କ ରହିଛି ୮୬.୬୭% ରହିଛି।

ସେହିପରି କଳାରେ ଦ୍ଵିତୀୟ ସ୍ଥାନରେ  ବିଜେବି  ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ୭୧.୮୩ % ରହିଛି। ତୃତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ୬୭.୮୩% ରହିଛି।

ବାଣିଜ୍ୟରେ ଦ୍ଵିତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ୭୫.୫% ରହିଛି। ତୃତୀୟ ସ୍ଥାନରେ ବିଜେବି  ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ୭୪ % ରହିଛି। ସଂପୂର୍ଣ୍ଣ ବିବରଣୀ ଷ୍ଟୁଡେଣ୍ଟସ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) https://samsodisha.gov.in/Juniorweb.aspx  ୱେବସାଟରେ ଉପଲବ୍ଧ ଅଛି।

ପ୍ରଥମ କଟ୍ ଅଫ୍ ମାର୍କ ର ନାମଲେଖା ସେପ୍ଟେମ୍ବର ୨୧ ରୁ ୨୬ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଟିତ ହେବ ବୋଲି ୱେବସାଇଟରେ ସୂଚନା ରହିଛି।  

Also Read:

କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ

Share this: