Home » ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ ୪ର୍ଥ ଦିନ; ଦ୍ୱିତୀୟ ଇନିଂସରେ ୨୮୪ ରନ୍ ରେ ୮ ୱିକେଟ୍ ହରାଇ ଇଂଲଣ୍ଡ ଅସୁବିଧାରେ

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ ୪ର୍ଥ ଦିନ; ଦ୍ୱିତୀୟ ଇନିଂସରେ ୨୮୪ ରନ୍ ରେ ୮ ୱିକେଟ୍ ହରାଇ ଇଂଲଣ୍ଡ ଅସୁବିଧାରେ

Image Courtesy:ESPN
Share this:

ସାଉଥମ୍ପଟନ୍ ଟେଷ୍ଟରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଆଠ ୱିକେଟ ହରାଇ  ୨୪୮ ରନ୍ ସ୍କୋର କରିଛି। ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ଇଂଲଣ୍ଡ ୧୭୦ ରନ୍ ରେ ଅଗ୍ରଣୀ ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୪ ରନ୍ ସଂଗ୍ରହ କରିଥିବା ୱେଷ୍ଟଇଣ୍ଡିଜ ୩୧୮ ରନ୍ ସଂଗ୍ରହ କରିଥିଲା।

ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଜ୍ୟାକ କ୍ରାଉଲି (୭୬), ଡୋମ ସିବଲେ(୫୦), ଅଧିନାୟକ ବେନ ଷ୍ଟୋକ୍ସ(୪୬),ରୋରି ବର୍ନସ(୪୨) ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ବୋଲରମାନେ ଆୟୋଜକ ବ୍ୟାଟ୍ସମ୍ୟାନ ମାନଙ୍କୁ   ଅଟକାଇବାରେ ସଫଳ ହୋଇଥିଲେ। ଗାବ୍ରିଏଲ୍ ୩, ରୋଷ୍ଟନ୍ ଚେଜ୍ ଏବଂ ଅଲଜାରି ଜୋସେଫ୍ ୨ ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ଜେସନ୍ ହୋଲ୍ଡର ଗୋଟିଏ ୱିକେଟ୍ ନେଇଛନ୍ତି।

FROM THE WEB





Share this: