Bhubaneswar : ବର୍ଷ ଶେଷ ପୂର୍ବରୁ ବିଧାନସଭା (Assembly) ର ଶୀତକାଳୀନ ଅଧିବେଶନ ବସିବା ନେଇ ସୂଚନା ମିଳିଛି। ଡିସେମ୍ବର ୩୧ ପୂର୍ବରୁ ଏହି ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Surya Narayan Patra) କହିଛନ୍ତି।
ବିଧାନସଭାର ନିୟମ ଅନୁଯାୟୀ ୬୦ ଦିନ ଗୃହକାର୍ଯ୍ୟ ଚାଲିବା କଥା; କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଧରି ଗୃହ କାର୍ଯ୍ୟ ଚାଲିଥିଲା। ତେଣୁକରି ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହକାର୍ଯ୍ୟ ବସିବାକୁ ବାକି ରହିଥିବାବେଳେ ପ୍ରକୃତରେ କେତେ ଦିନ ଧରି ଅଧବବେଶନ ବସିବ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବା ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
Also Read | Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

