ନୂଆଦିଲ୍ଲୀ: ଭାରତୀୟ (Indian) ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ (PV Sindhu) ରବିବାର ଦିନ ଟୋକିଓ ଅଲିମ୍ପିକ୍ସ (Tokyo Olympics) ରେ ଚୀନ (China) ର ଜିଆଓ ହେ ବିଙ୍ଗ (He Bingjiao) ଙ୍କୁ ପରାସ୍ତ କରି ମହିଳା ଏକକ ବ୍ରୋଞ୍ଜ ପଦକ (Bronze Medal) ହାସଲ କରିଛନ୍ତି। ଷଷ୍ଠ ସିଡ୍ ସିନ୍ଧୁ ଅଷ୍ଟମ ସିଡ୍ ବିଙ୍ଗକୁ 21-13, 21-15 ରେ ୫୨ ମିନିଟରେ ମୁସାସିନୋ ଫରେଷ୍ଟ ପ୍ଲାଜା କୋର୍ଟ ନମ୍ବର ୧ରେ ପରାସ୍ତ କରି ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା କ୍ରମାଗତ ଦୁଇ ଅଲିମ୍ପିକ ଜିତିବାରେ ଦ୍ୱିତୀୟ ଆଥଲେଟ୍ ହୋଇଛନ୍ତି। ଏହା ସିନ୍ଧୁଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ଥିଲା। ସିନ୍ଧୁ ରିଓରେ ଡେବ୍ୟୁ କରିଥିଲେ। କ୍ରମାଗତ ଦୁଇ ଅଲିମ୍ପିକ୍ ପଦକ ଜିତିବାରେ କୁସ୍ତି ସୁଶୀଲ କୁମାରଙ୍କ ପରେ ସିଦ୍ଧୁ ଦ୍ୱିତୀୟ ଭାରତୀୟ। ରିଓ ଅଲିମ୍ପିକ୍ସରେ ଫାଇନାଲରେ ସିନ୍ଧୁ ସ୍ପେନର କାରୋଲିନା ମାରିନଙ୍କୁ ହରାଇଥିଲେ। ବର୍ତ୍ତମାନ ଟୋକିଓରେ ସିନ୍ଧୁ ସେମିଫାଇନାଲରେ ତାଇୱାନର ତାଇ ତୁଜୁ ୟିଙ୍ଗଙ୍କୁ ପରାସ୍ତ କରିଥିଲେ।
Also Read | Covid-19 Odisha Report: ଓଡ଼ିଶାରରୁ ଆଉ ୬୪ ଜଣଙ୍କ ଜୀବନ ନେଲା କରୋନା
