Home » Mahimalive » Page 43
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More
Rafael

ଆଜି ଭାରତୀୟ ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ Rafale

ନୂଆଦିଲ୍ଲୀ: ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ସେପ୍ଟେମ୍ବର ୧୦ ଗୁରୁବାର ଦିନ ସମାରୋହପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ (Rafale) କୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”(Golden Arrows) ର ଅଂଶ ଭାବେ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ  ଜୁଲାଇ ୨୭ତାରିଖ ଦିନ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ…

Read More
Odisha-ga

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର(ମହିମା ଲାଇଭ): ବୁଧବାର ରାଜ୍ୟ ସରକାର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି କରିଛନ୍ତି। ଜିଲ୍ଲାଗୁଡିକ ହେଲେ ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିର। ଏଥିସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି। ସାଧାରଣ ପ୍ରଶାସନ(General Administration) ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ଫଚାୟତିରାଜ ବିଭାଗ…

Read More
trump

ନୋବେଲ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ନୋମିନେଟ

ଓସଲୋ: ଇସ୍ରାଏଲ (Israel) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିଥିବାରୁ ନରୱେର ଜଣେ ସାଂସଦ ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କୁ ୨୦୨୧ ମସିହାରେ ନୋବେଲ ଶାନ୍ତି (Nobel Peace Prize) ପୁରସ୍କାର ପାଇଁ ନୋମିନେଟ କରିଛନ୍ତି। ନରୱେ ସଂସଦର ନିୟମ ପ୍ରଣୟନକାରୀ ଖ୍ରୀଷ୍ଟିଆନ ତାଇବ୍ରିଙ୍ଗ (Christian Tybring) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ୟୁଏଇ-ଇସ୍ରାଏଲ ମଧ୍ୟରେ ଶାନ୍ତି ସମାଧାନ…

Read More
Kiren-Rijiju

ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଭାରତୀୟ ଯୁବକ:କିରେନ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ (Kiren Rijiju) କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରୁ ୫ ଜଣ ନିଖୋଜ ଥିବା ଯୁବକ ଚୀନରେ ଅଛନ୍ତି ବୋଲି ଚୀନ୍ ସେନା (People’s Liberation Army -PLA) ନିଶ୍ଚିତ କରିଛି। ମଙ୍ଗଳବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ସେନା ହଟଲାଇନକୁ ପଠାଯାଇଥିବା ବାର୍ତ୍ତାରେ ଚୀନ୍ ଆର୍ମି ପିଏଲ୍ଏ (PLA) ପ୍ରତିକ୍ରିୟା ଦେଇଛି। ନିଖୋଜ ଯୁବକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି ବୋଲି ସେମାନେ…

Read More
Reha and sushant sing rajput file

ରିୟା ଚକ୍ରବର୍ତ୍ତୀ ଗିରଫ, NCB ତିନିଦିନ ପଚରାଉଚରା ପରେ କଲା ଗିରଫ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମାମଲାରେ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଙ୍କୁ ଗିରଫ କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ରିୟାଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ପଡିବ। ରିୟା ଗିରଫ ହେବା ପରେ ସୁଶାନ୍ତଙ୍କ ଭଉଣୀ ଟ୍ୱିଟ୍ କରି କହିଛନ୍ତି ଯେ ଭଗବାନ ଆମ ସହିତ ଅଛନ୍ତି। ସୋମବାର ଦିନ ରିୟା ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।…

Read More
Narendra Shinzo Abe

ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

ଟୋକିଓ: ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (METI) କହିଛି ଯେ ଚୀନ୍ (China ) ବଦଳରେ ଭାରତରେ ସେମାନଙ୍କ ସାମଗ୍ରୀ ଉତ୍ପାଦନ କରୁଥିବା ଜାପାନୀ ଉତ୍ପାଦକମାନଙ୍କୁ ବର୍ତ୍ତମାନ ଜାପାନ (Japan) ସରକାର ସବସିଡି (Subsidy) ଦେବ। କରୋନା ସଂକ୍ରମଣ (Covid -19) ସମୟରେ ପୂର୍ବ ଲଦାଖରେ ଭାରତକୁ ଚ୍ୟାଲେଞ୍ଜ କରି ଚୀନ୍ ବିଶ୍ୱ ସ୍ତରରେ ଅଲଗା ହେବାକୁ ଯାଉଛି। ସୂଚନାଯୋଗ୍ୟ,ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଓକିଲାତି…

Read More
national Education Policy 2020

ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ

ନୂତନ ଶିକ୍ଷାନୀତି ୨୦୨୦ (National Education Policy 2020) ଉପରେ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି…

Read More
kangana ranaut

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut )ଙ୍କୁ Y+(Y+ Security) ବର୍ଗର ସୁରକ୍ଷା ଦିଆଯାଇଛି। କଥା ହେଉଛି କଙ୍ଗନା ରାନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ରାନାୱତ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ କଙ୍ଗନାକୁ Y+ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। କଙ୍ଗନା…

Read More

DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଯାନକୁ ଏକ ସ୍ୱଦେଶୀ ବିକଶିତ ସ୍କ୍ରାମଜେଟ୍ ପ୍ରପୁଲସନ୍ ସିଷ୍ଟମ୍ ମାଧ୍ୟମରେ ସଫଳତାର ସହ ପରୀକ୍ଷା କରିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (DRDO) ପକ୍ଷରୁ ଭଦ୍ରକ ଧାମରାସ୍ଥିତ ଅବଦୁଲ୍‌ କଲାମ (Dr. APJ Abdul Kalam Launch Complex at Wheeler Island )ଦ୍ଵିପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ହାଇପରସୋନିକ୍‌ ଗତିଶୀଳଯାନ ((Hypersonic…

Read More
sbi vrs

ଖର୍ଚ୍ଚ ହ୍ରାସ କରିବାକୁ SBI ର VRS ଯୋଜନା, କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ନେବେ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏକ ସ୍ୱେଚ୍ଛାକୃତ ଅବସର ଯୋଜନା (VRS) ପ୍ରସ୍ତୁତ କରିଛି ଯେଉଁଥି ପାଇଁ ବ୍ୟାଙ୍କର ପ୍ରାୟ ୩୦ ହଜାର ୧୯୦ କର୍ମଚାରୀ ଯୋଗ୍ୟ ଅଟନ୍ତି। ଖର୍ଚ୍ଚ ହ୍ରାସ କରିବାର ଲକ୍ଷ୍ୟ ନେଇ ବ୍ୟାଙ୍କ ଏହି ଯୋଜନା ପ୍ରସ୍ତୁତ କରୁଛି। ମାର୍ଚ୍ଚ ଶେଷ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର  ଥିଲା। ଏହା ଏକ ବର୍ଷ ପୂର୍ବରୁ…

Read More