Home » Mahimalive » Page 44
keshavananda Bharati

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

କେରଳ: ସମ୍ବିଧାନର ମୌଳିକ ଢାଞ୍ଚା ନିତୀ (Basic Structure) ରଖିଥିବା ମାମଲାରେ ମୁଖ୍ୟ ଆବେଦନକାରୀ କେଶବନନ୍ଦ ଭାରତୀଙ୍କ ରବିବାର ସକାଳେ କେରଳର କାସରଗୋଡ (Kasargod) ଜିଲ୍ଲାର ଆଦାନେର ଆଶ୍ରମ(Edaneer Math) ରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୭୩ ମସିହାରେ ତାଙ୍କର ଏବଂ କେରଳ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାର ନିଷ୍ପତ୍ତି ସମଗ୍ର ଭାରତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ସେ କେରଳର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା। ୧୯୭୩ ମସିହାରେ କେଶବାନନ୍ଦ ଭାରତୀ…

Read More
police mlkangiri

ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ହୋମଗାର୍ଡଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ରବିବାର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ବାଲିମେଳା ଥାନାର ବନବାସୀ ମହାରଣା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଅନୁସାରେ, ଗତକାଲି ରାତିରେ ଚିତ୍ରକୋଣ୍ଡାରୁ କିଛି ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ଚୋରାବେପାରୀ  ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼କୁ ଯାଉଥିବା ସମ୍ପର୍କରେ ବାଲିମେଳା ପୁଲିସ କୌଣସି…

Read More
jp nadda

ଓଡିଶାରେ ୨୦୨୪ରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ମନ୍ତ୍ର ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜେପି ନଡ୍ଡା

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଜଗତପ୍ରକାଶ ନଡ୍ଡା। ଉପଦେଶ ସହିତ ଦଳ ପାଇଁ କାମ କରିବାକୁ ପରାମର୍ଶ ଦେଲେ ଯେପରି ରାଜ୍ୟର ସଙ୍ଗଠନର ଦୃଢ଼ୀକରଣ ଓ ଭୋଟହାର ବୃଦ୍ଧି ହେବ। ୨୦୨୪ ସୁଦ୍ଧା ଦଳର ଭୋଟହାର ୫୦ ପ୍ରତିଶତରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଦଳୀୟ ନେତା ଓ କାର୍ଯ୍ୟକର୍ତାମାନଙ୍କୁ ଦାୟିତ୍ଵ ଦେଇଛନ୍ତି। ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ…

Read More
result

ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶିତ; ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ କଳା (+2 Arts) ଏବଂ ଧନ୍ଦାମୂଳକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।…

Read More
Barsha-Priyadarshini

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ

କଟକ: ଓଡିଆ ସିନେଜଗତର ଲୋକପ୍ରିୟ ଯୋଡି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମାନ୍ୟବର ଏସ୍‌ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ୍‌ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ସାଂସଦ ଅନୁଭବଙ୍କ ପତ୍ନୀ। ସୂଚନାଅନୁଯାୟୀ,ସିଆରଏଏସି ନଂ, ୯୪/୨୦୨୦ରେ ପ୍ରୋଟେସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର…

Read More
malkangiri

ମାଗଣାରେ ସ୍କୁଟି ଦେବାକୁ କହି ଅନ୍‌ଲାଇନ ଲୁଟେରା ଗିରଫ

ମାଲକାନଗିରି: ଅନ୍‌ଲାଇନ ଯୋଗେ ମାଗଣାରେ ସ୍କୁଟି ଯୋଗାଇବା ନାଁରେ ଠକୁଥିବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁଥିବା ବେଳେ ମାଲକାନଗିରି ପୋଲିସ ଦ୍ଵାରା ଦୁଇ ଅନ୍‌ଲାଇନ ଲୁଟେରାକୁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ, ଅଭିଯୁକ୍ତମାନେ  ସ୍କୁଟି ଦେବା ପାଇଁ ଏକ ଯୋଜନ। କରି ଥିଲେ। ଜଗତସିଂହପୁର ବାଲିକୁଦା ଅଞ୍ଚଳର ସୌରଭ ଦାଶ ତଥା ଦିବ୍ୟରଞ୍ଜନ୍ କଂସ ଆଶାଦିଦି ମାନଙ୍କୁ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା କରି ଏବଂ ୩୦ଟି ଜିଲ୍ଲାର ଉତ୍ତମ ସେବା ଯୋଗାଇ…

Read More
sco

ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତାଗିଦ, ଯଦି ଶାନ୍ତି ଚାହୁଁଛ ପ୍ରଥମେ ସୀମାରୁ ସେନା ହଟାଅ

ନୂଆଦିଲ୍ଲୀ: ରୁଷ (Russia)ର ରାଜଧାନୀ ମସ୍କୋ (Mascow )ର ଏକ ପ୍ରମୁଖ ହୋଟେଲରେ ଭାରତୀୟ ସମୟ ରାତି ୯.୩୦ରେ ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଏଲଏସି (Line Of  Actual Control -LAC)ଉପରେ ଚୀନ୍ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଚୀନ୍ ଜେନେରାଲ୍ ୱେ ୱେଙ୍ଗେଙ୍କୁ ଭେଟିଛନ୍ତି। ଏହି ବୈଠକରେ ରାଜନାଥ ସିଂ ଚୀନ୍‌କୁ ଆକ୍ରୋଶମୂଳକ ଭୁଲ ବିଷୟରେ ମନେ ପକାଇ କହିଛନ୍ତି ଯେ ଶାନ୍ତି ପାଇଁ ସେନାକୁ…

Read More
Balangiri

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା,ବଲାଙ୍ଗୀର ଉପ-ଜିଲ୍ଲାପାଳ ନିଲମ୍ବିତ

ବଲାଙ୍ଗୀର: ବଲାଙ୍ଗୀର ଉପ ଜିଲ୍ଲାପାଳ (Sub-Collector ) ସଂଜୟ କୁମାର ମିଶ୍ର ଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ। ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ କିଛିଦିନ ତଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଚାକିରୀରେ ଯୋଗ ଦେଇଥିଲେ। ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଗତ ୨୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରାଥମିକ…

Read More
train cancelled

ଆସନ୍ତା ସେପ୍ଟେମ୍ବର ୬ରେ ହେବାକୁଥିବା NDA,NA ପରୀକ୍ଷା ପାଇଁ ରେଳବାଇର ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୬ରେ ୟୁନିଅନ ପବ୍ଲିକ ସର୍ଭିସ କମିଶନ (Union Public Service Commission ) ଙ୍କ ଦ୍ଵାରା ପରିଚାଳିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ(National Defence Academy) ଏବଂ ନାଭାଲ ଏକାଡେମୀ(Naval Academy) ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ପରକ୍ଷାର୍ଥୀଙ୍କ ସୁବିଧାରେ ପରୀକ୍ଷା କେନ୍ଦ୍ର ସହରରେ ପହଞ୍ଚିବା ନିମନ୍ତେ ରେଳ ମନ୍ତ୍ରଣାଳୟ ସେପ୍ଟେମ୍ବର ୫ରେ ପୂର୍ବ ତଟ ରେଳ ଅଧୀନରେ ଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଟ୍ରେନଗୁଡିକ ମୂଳ…

Read More
train passanger

କେବଳ ଜଣେ ଯାତ୍ରୀ ପାଇଁ ରେଳବାଇ ରାଜଧାନୀ ଏକ୍ସପ୍ରେସକୁ ଚଳେଇଲା, ଆସନ୍ତୁ ଜାଣିବା ପୁରା ଘଟଣା

ଭାରତୀୟ ରେଳ ଇତିହାସରେ ପ୍ରଥମଥର ରେଳବାଇକୁ କେବଳ ଜଣେ ଯାତ୍ରୀଙ୍କ ପାଇଁ ରାଜଧାନୀ ଏକ୍ସପ୍ରେସ (Rajdhani Express ) ଚଳାଇବାକୁ ପଡିଛି। ସୂଚନାନୁସାରେ, ବିଏଚୟୁ (Banaras Hindu University)ରେ ପଢୁଥିବା ଜଣେ ଛାତ୍ରୀ ତାଙ୍କ ଘରକୁ ଆସିବା ପାଇଁ ନୂଆଦିଲ୍ଲୀ-ରାଞ୍ଚି ସ୍ପେଶାଲ ରାଜଧାନୀ ଏକ୍ସପ୍ରେସ (New Delhi –Ranchi Special Train ) ରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ। ଟ୍ରେନ୍ ଟାନା ଭାଗବତ (Tana Bhagats) ଙ୍କ ତିନି ଦିନ ଧରି ଆନ୍ଦୋଳନ କରୁଥିବା ଯୋଗୁଁ…

Read More
app ban in India

ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ପ୍ରାଥମିକତା ଦର୍ଶାଇ ଭାରତ ସରକାର ଗତକାଲି ସେପ୍ଟେମ୍ବର ୨ ତାରିଖରେ ୧୧୮ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତିନିମାସ ମଧ୍ୟରେ ଭାରତ ସରକାର ଅନେକ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଚୀନ୍‌ର ବିବୃତ୍ତି ଆସିଛି। ଚୀନ୍ ପକ୍ଷରୁ କୁହାଯାଇଛି ଯେ ଏହା ଚିନ୍ତାର ବିଷୟ ଏବଂ ଏହା ଚାଇନାର ବ୍ୟବସାୟୀଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ (Reuters )ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛି…

Read More