Home » ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

File photo
Share this:

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିଲେ। ଏହି ଫୋନ୍ କଲ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ  ଯେ ଗତ କିଛିଦିନ ହେବ ଭାରତ ଓ ନେପାଳ ମାଧରେ ଭଲ ସମ୍ପର୍କ ନାହିଁ। ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଥିଲା ଏହି କଥାବାର୍ତ୍ତା।

 ସୀମାକୁ ନେଇ ନେପାଳ ଏବଂ ଭାରତ ସମ୍ପର୍କ ମଧ୍ୟରେ କଳହ ଲାଗିଥିଲା। ଏହା ପରେ ନେପାଳ ଅନେକ ଥର ଭାରତ ବିରୋଧରେ କଥାବାର୍ତ୍ତା କରିଥିଲା। ଏପରିକି ନେପାଳ ନିଜ ସଂସଦରେ ଦେଶର ଏକ ନୂତନ ମାନଚିତ୍ର ପାସ କରିଛି। ସୂଚନାନୁସାରେ, ଓଲି କହିଛନ୍ତି ଯେ ଏହି ସଂଳାପକୁ କାହାର ପରାଜୟ, ବିଜୟ ଏବଂ କାହାର ପ୍ରଣାମ ଏବଂ କାହାର ବାଧା ବୋଲି ଗ୍ରହଣ କରାଯିବା ଉଚିତ ନୁହେଁ। ସମ୍ପର୍କ ସୁଧୁରୁଛି।  ଉଭୟ ପାର୍ଶ୍ୱରୁ ପ୍ରୟାସ କରାଯାଉଛି। ଏହା ପରେ ଭାରତ ଦେଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଟେଲିଫୋନ୍ କଲ ପାଇଁ ପ୍ରଧାନମନ୍ତ୍ରୀ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଭାରତ ଏବଂ ନେପାଳ ମଧ୍ୟରେ ଶତାବ୍ଦୀ ପୁରୁଣା ତଥା ସାଂସ୍କୃତିକ ସମ୍ପର୍କକୁ ମନେ ରଖିଛନ୍ତି।

ବର୍ତ୍ତମାନ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଚୀନ୍‌ର ବିସ୍ତାରବାଦୀ ନୀତିରେ ବିରକ୍ତ ହେବା ପରେ ରଣନୀତି ବଦଳାଉଛନ୍ତି କି ନାହିଁ ବୋଲି କଳ୍ପନାଜଳ୍ପନା କରାଯାଉଛି। ନେପାଳ ମନରେ ଚୀନ୍ ଭୟ ଘାରିଛି। ରିପୋର୍ଟ ଅନୁସାରେ ନେପାଳର କିଛି ଜମି ଚୀନ୍ ଦଖଲ କରିଛି। ନେପାଳର ଲୋକମାନେ ମଧ୍ୟ ଏ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ନେପାଳରେ, ଏହି ବିଷୟରେ  କ୍ରମାଗତ ଭାବେ ଜନଅସନ୍ତୋଷ ବୃଦ୍ଧି ପାଉଛି।  

Share this: