ନୂଆଦିଲ୍ଲୀ: ୧୫ତମ ଜି୨୦ (G20) ଶୀର୍ଷ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଶେଷ ହେବ। ସାଉଦି ଆରବ (Saudi Arabia) ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲବ୍ଧି’। ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ଜି୨୦ ଶୀର୍ଷ ସମ୍ମିଳନୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି। କୋଭିଡ୍ ମହାମାରୀର (Covid-19 Pandemic) ପରବର୍ତ୍ତୀ ପରିସ୍ଥିତି ଲାଗି ନିର୍ଣ୍ଣାୟକ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଥିଲେ। ସାମ୍ପ୍ରତିକ କୋଭିଡ୍ ଭୂତାଣୁ ପରିସ୍ଥିତିର ମୁକାବିଲା ଏବଂ ଏ ନେଇ ଏକ ସୁଦୃଢ଼ ପ୍ରସାରୀ ଯୋଜନାର କାର୍ଯ୍ୟକାରିତା ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି।
ଏଥିସହ ରୋଜଗାର ହରାଇଥିବା ଲୋକଙ୍କୁ ପୁଣି ସକ୍ଷମ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହେଉଛି। ଚଳିତ ବର୍ଷର ଜି୨୦ ଶିଖର ସମ୍ମିଳନୀ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ସହଯୋଗ ଉପରେ ଆଲୋଚନା ହୋଇଥିଲା।
Also Read| Govt Jobs: ଆସନ୍ତା ବର୍ଷ ୨ ଲକ୍ଷ ଚାକିରି ମିଳିବ, ଜାଣନ୍ତୁ କେଉଁ ବିଭାଗରେ କେତେ
[amazon_auto_links id=”9932″]
