Home » IPL 2020 UAE: CSK ପ୍ରଥମ ମ୍ୟାଚରେ ବିଜୟୀ

IPL 2020 UAE: CSK ପ୍ରଥମ ମ୍ୟାଚରେ ବିଜୟୀ

ipl t2020
Share this:

ଆବୁଧାବୀ: ମହେନ୍ଦ୍ର ସିଂ ଧୋନି (Ms Dhoni) ଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଶନିବାର ଦିନ ଆବୁଧାବିରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୦ ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ପାଞ୍ଚ ୱିକେଟ୍‌ରେ ପରାସ୍ତ କରି କରିଛି। ଏହି ବିଜୟ ସହିତ ଧୋନି ଅଧିନାୟକ ଭାବରେ ସିଏସକେ ପାଇଁ ୧୦୦ ଟି ମ୍ୟାଚ୍ ଜିତିବାର ରେକର୍ଡ ସୃଷ୍ଟି କରିଛନ୍ତି।

ବିନା ଦର୍ଶକରେ ଖେଳା ଯାଇଥିବା ଏହି ମ୍ୟାଚରେ  ବିଶ୍ୱକପ ୨୦୧୯  ଦଳରେ ମନୋନୀତ ନହେବାକୁ ନେଇ  ମିଡ଼ିଆରେ ଚର୍ଚ୍ଚାରେ ଥିବା ଅମ୍ବାତି ରାୟୁଡୁ(Ambati Rayudu ) ଙ୍କ ଚମତ୍କାର ଇନିଂସ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ୍ ଡୁପ୍ଲେସି(Francois Faf du Plessis) ଙ୍କ ସହ ତାଙ୍କର ଶତକୀୟ ଭାଗିଦାରୀ, ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବାରେ ସାହାଯ୍ୟ କରିଛି। ଏହି  ରାଇଡୁ ୪୮ ଟି ବଲରୁ ୬ ଚୌକା ଓ ତିନି ଛକା ସହାୟତାରେ ୭୧ ରନ ସଂଗ୍ରହ କରିଥିଲେ ଏବଂ ଫାଫ୍ ଡୁପ୍ଲେସି ୪୪ ବଲରୁ ୫୮ ରନ କରି ତୃତୀୟ ୱିକେଟ୍ ପାଇଁ ୧୧୫ ରନ୍ ଯୋଡି ଚେନ୍ନାଇକୁ ବିଜୟ କରାଇଛନ୍ତି। ସାମ କ୍ୟୁରେନ୍ ଦୁଇଟି ଛକା ସହାୟତାରେ ୧୮ ରନ୍ ସ୍କୋର କରିଥିଲେ। ଚେନ୍ନାଇ ୧୯.୨ ଓଭରରେ ପାଞ୍ଚ ୱିକେଟ୍ ପାଇଁ ୧୬୬ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ ୯ ୱିକେଟ୍‌ରେ ୧୬୨ ରନ କରିଥିଲା

Also Read:

Angul Covid19 Updates: ଅନୁଗୋଳରେ ରେକର୍ଡ ସଂଖ୍ୟକ ୨୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ

IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ

Share this: