Home » ଜାପାନର କ୍ୟୁସୁ ଅଞ୍ଚଳରେ ଭୟଙ୍କର ବନ୍ୟା ; ହଜାରେ ରୁ ଉର୍ଦ୍ଧ ଘର ଭାସିଗଲା

ଜାପାନର କ୍ୟୁସୁ ଅଞ୍ଚଳରେ ଭୟଙ୍କର ବନ୍ୟା ; ହଜାରେ ରୁ ଉର୍ଦ୍ଧ ଘର ଭାସିଗଲା

INTERNET
Share this:

ବୁଧବାର ସକାଳେ ପ୍ରବଳ ମୁଷଳଧାରା ବର୍ଷା ଜାପାନ ର ଉତ୍ତରକ୍ୟୁଶୁ ଅଞ୍ଚଳ କୁ ଛାରଖାର କରିଦେଇଛି।

ଚିକୁଗୋ ନଦୀ ଏବଂ ଓଟା ନଦୀ ରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଓଟା ସହରରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ କ୍ୟୁସୁରେ ପ୍ରାୟ ଏକ  ହଜାର ଘର ଜଳମଗ୍ନ ହୋଇଛି।

ବର୍ଷାର କେନ୍ଦ୍ର ପୂର୍ବ ଦିଗକୁ ଗତି କରିଛି ଏବଂ ଜାପାନ ପାଣିପାଗ ବିଭାଗ ବୁଧବାର ସକାଳେ ଜିଫୁ ଏବଂ ନାଗାନୋ ରେ ପ୍ରବଳ ବର୍ଷା ପାଇଁ ଜରୁରୀକାଳୀନ ଚେତାବନୀ ଦେଇଛି। ଶନିବାର ଠାରୁ ବର୍ଷା ଜାରି ରହିଛି।  ଏଥିରେ ୫୬ ଜଣଙ୍କର ମୃତ୍ୟୁ ଘଟିଛିଏବଂ ୧୩  ଜଣ ନିଖୋଜ ଅଛନ୍ତି।

ବୁଧବାର ମଧ୍ୟାହ୍ନ ସୁଦ୍ଧା, ଫୁକୁୋକା ଜିଲ୍ଲାର ୫୯୬ ଟି ଘର, କାଗୋସିମା ଜିଲ୍ଲାର ୩୦୮ ଟି ଏବଂ ଓଟା ଜିଲ୍ଲାର ୬୪ ଟି ଘର ଜଳବନ୍ଦୀ ହୋଇ ରହିଛି। ପ୍ରାୟ ୭ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Share this: