Home » ଓଡ଼ିଶା » Page 42
assembly

Odisha Assembly: ଆଜିଠାରୁ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ; ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ଵର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଅଭିଭାଷଣ ସହ ଆଜିଠାରୁ ଷୋଡ଼ଶ ବିଧାନସଭାର ବଜେଟ୍‍ ଅଧିବେଶନ (Budget Session) ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍‍ ଆଗତ ହେବ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସରକାରଙ୍କ ବର୍ଷକର ଉପଲବ୍ôଧ ନେଇ ଗୃହରେ ଅଭିଭାଷଣ ରଖିଛନ୍ତି। ଆଜି ଅଧିବେଶନ ଆରମ୍ଭରେ ପ୍ରଥମେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଶହୀଦ୍‍ ଯବାନ ଏବଂ…

Read More
matric

Matric Examination:ଏଥର ମାଟ୍ରିକ ପରୀକ୍ଷା ନିଜ ବିଦ୍ୟାଳୟରେ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା (Matric Examination) କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚଳିତବର୍ଷ ସମସ୍ତ ପରୀକ୍ଷାର୍ଥୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାଡିଛି। ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ଓ ସ୍ଥାନ ପରିବର୍ତ୍ତନ…

Read More
OPSC ASO Final Result 2022

ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ୪ ଜଣ ବିଚାରପତି ଉନ୍ନୀତ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି, ଭାରତୀୟ ସମ୍ବିଧାନର ଧାରା ୨୧୭ ଉପଧାରା ୧ ଅନୁସାରେ ନିମ୍ନଲିଖିତ ୪ ଜଣ ବିଚାରପତିଙ୍କୁ ହାଇକୋର୍ଟର ବିଚାପତିଭାବେ ଉନ୍ନୀତ କରିଛନ୍ତି। ଡ. ଜଷ୍ଟିସ ଏସ୍‍. ମୁରଲୀଧର, ବିଏସ୍‍ସି, ଏଲଏଲଏମ୍‍, ପିଏଚଡିଙ୍କ ଜନ୍ମ ୧୯୬୧ ଅଗଷ୍ଟ ୮ ତାରିଖରେ। ସେ ୧୯୪୮ ସେପ୍‍ଟେମ୍ବର ୧୨ରେ ଜଣେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ ଏବଂ ଚେନ୍ନଇ ସିଭିଲ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦେୱାନି, ଫୌଜଦାରୀ,…

Read More
naveen patnaik

Hockey Stadium: ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

ରାଉରକେଲା: ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ (Hockey Stadium) ନିର୍ମାଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଘୋଷଣା କରିଛନ୍ତି। ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିବ। ରାଉରକେଲାଠାରେ ଖୁବ୍‍ଶୀଘ୍ର ନିର୍ମାଣ ହେବ ଆନ୍ତର୍ଜାତିକ ସ୍ତରର ହକି ଷ୍ଟାଡିୟମ। ଏହା ହେବ ଭାରତର ସବୁଠାରୁ ବଡ ହକି…

Read More
puri-srimandir

Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

ପୁରୀ: କରୋନା ମହାମାରୀ (Corona Pandemic) ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବେଶ ସକାଶେ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଗତକାଲିଠାରୁ ଖୋଲିଛି। ପ୍ରାୟ ୯ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସୂଚନାଅନୁସାରେ, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ  ପରିବାର। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ବ୍ୟାରିକେଡ୍‍ ନିର୍ମାଣ ସହ ଏସ୍‍ଓପି (SOP) ଜାରି କରାଯାଇଛି। ସାମାଜିକ…

Read More
cold odisha

Weather Report: ରାଜ୍ୟରେ ପ୍ରବଳ ଶୀତ ଜାରି

ଭୂବନେଶ୍ଵର: ରାଜ୍ୟରେ ଶୀତଲହରୀ ଅବ୍ୟାହତ ରହିଛି। ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କୋରାପୁଟ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେହିପରି କୋରାପୁଟ୍‍, ମାଲକାନଗିରି ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। ସେହିପରି ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ…

Read More
Weather Report of Odisha

Weather Report: ରାଜ୍ୟରେ ଶୀତ ଲହରୀ ଜାରି, ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି

ଭୂବନେଶ୍ଵର: ରାଜ୍ୟରେ ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଥିବା ଜଣାପଡ଼ିଛି। Flipkart Offer : Get upto 30% off on Best Selling Laptops ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୮ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୯ଡିଗ୍ରୀ ସେଲସିୟସ୍‍ ଏବଂ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ…

Read More
pradeep panigrahi

Crime Branch: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଛନ୍ତି। ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଆକାଶ ପାଠକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ଆଜି ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଉଠାଇ ନେଇଥିଲା। ତାଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇ ଜେରା କରିଥିଲେ। ଟାଟା କମ୍ପାନୀ (Tata…

Read More
echallan

E-Challan:ଏଥର ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ

ଭୂବନେଶ୍ଵର: ବର୍ତ୍ତମାନ  ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ (E-Challan) ମାଧ୍ୟମରେ ଜୋରିମାନା ଆଦାୟ କରାଯିବ। ଗତକାଲିଠାରୁ ରାଜ୍ୟରେ ଏହି ନିୟମ ଲାଗୁ କରାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଏ ସଂକ୍ରାନ୍ତରେ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଦେଶରେ ସଂଶୋଧିତ ମୋଟର ଯାନ ଆଇନ୍‍ ଲାଗୁ ହେବା ପରେ ସବୁଆଡ଼େ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଜୋରିଆନା ଆଦାୟ କରାଯାଉଛି। ପ୍ରତ୍ୟକ୍ଷଭାବେ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା…

Read More
bjp_odisha

Pari Murder Case: କଂଗ୍ରେସ-ବିଜେଡି ଏକାଠି: ସମୀର ମହାନ୍ତି

ଭୂବନେଶ୍ଵର: ପରୀ (Pari) କୁ ନ୍ୟାୟ ଦେବା ପରିବର୍ତ୍ତେ ଶାସକ ବିଜେଡି (BJD) ଓ କଂଗ୍ରେସ (Congress) ଏକାଠି ହୋଇ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି (BJP) ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପରୀର ବିବାଦ ଅପହରଣରୁ ଆରମ୍ଭ ହୋଇଛି। ତାର ଆଖି, କିଡ୍‌ନି ଚୋରି ଭଳି ସଙ୍ଗୀନ ଅଭିଯୋଗ…

Read More
child-marriage

Dhenkanal: ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ପାଇଲଟ୍‍ ପ୍ରୋଜେକ୍ଟ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ‘ମହିଳା ଓ ବାଳିକା ସହାୟକ ପଞ୍ଚାୟତ ପ୍ରକଳ୍ପ’ ଆରମ୍ଭ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ମହିଳା ଫ୍ରେଣ୍ଡଲି ପାଇଲଟ୍‍ ପ୍ରକଳ୍ପ (Pilot Project) ରେ ୪ଟି ବ୍ଲକ  ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗକୁ ସାମିଲ କରାଯାଇଛି। ପରେ କଙ୍କଡାହାଡ ବ୍ଲକକୁ ଯୋଡ଼ିବାକୁ କୁହାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମହିଳାଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ…

Read More