Home » ଓଡ଼ିଶା » Page 41
Weather Report of Odisha

Weather Report: ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ଵର: ରାଜ୍ୟର ତାପମାତ୍ରା ଦିନକୁଦିନ ବଢ଼ିବାରେ ଲାଗିଛି। ଆଜି ଟାଣ ଖରା ଦେଖିବାକୁ ମିଳିଛି। ଭୁବନେଶ୍ୱରଠାରେ ଆଜି ଦିନର ତାପମାତ୍ରା ୩୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦ ଡିଗ୍ରୀ ସେଲସିୟସ। ସେହିପରି ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍‍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ପଡିପାରେ ବୋଲି…

Read More
Union minister D pradhan

Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ (Petroleum & Natural Gas) ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି, ତୈଳ ଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସ ପାଉଥିବାରୁ ମୂଲ୍ୟ ବୃଦ୍ଧି ଘଟୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସ୍ଥିତି ଅନୁସାରେ କରୋନା ସମୟରେ ଚାହିଦା ଓ ଯୋଗାଣ ପ୍ରଭାବିତହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍‍ ଉତ୍ପାଦକୁ ଜିଏସ୍‍ଟି (GST) ପରିସରଭୁକ୍ତ କରାଯିବା ନେଇ ଯୋଜନା ଚାଲିଛି।…

Read More
Odisha_High_Court

JMFC Court Odisha: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ହେବ ପ୍ରତିଷ୍ଠା:ରାଜ୍ୟ ସରକାର

ଭୁବନେଶ୍ଵର: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ (JMFC Court) ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ପ୍ରତିବର୍ଷ ୫୫ରୁ ୬୦ଟି ଅଦାଲତ ପ୍ରତିଷ୍ଠା କରାଯାଉଥିବା ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା (Pratap Jena)। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତି ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର…

Read More
odisha-school

School Reopens: ବର୍ତ୍ତମାନ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିଭିନ୍ନ ସ୍ତରରେ ବିଚାର ବିମର୍ଶ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ବିଦ୍ୟାଳୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି । ମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଓ କେତେକ ସ୍ଥାନରେ ଲକ୍‍ଡାଉନ୍‍ ଲାଗୁ ହେଉଥିବାରୁ ପରିସ୍ଥିତିକୁ…

Read More
KYC

KYC: କେୱାଇସି ଅପଡେଟ୍‍ ଆସୁଥିବା ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ଦେଲେ ସତର୍କ

ଭୁବନେଶ୍ଵର: ବର୍ତ୍ତମାନ ଦେଖିବାକୁ ମିଳୁଛି ଉପଭୋକ୍ତାମାନଙ୍କ ନିକଟକୁ ‘ନୋ ଇୟୋର କଷ୍ଟମର’ ବା କେୱାଇସି (KYC- Know Your Customer) ଅପଡେଟ୍‍ କରିବା ପାଇଁ ଆସୁଛି ମେସେଜ୍‍। ଏହି ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ସତର୍କ କରିଛି। ଏହିଭଳି ସମସ୍ତ ମେସେଜ୍‍ ପ୍ରତି ଧ୍ୟାନ ନଦେବା ତଥା ଏଥିରେ ଥିବା ଅଜ୍ଞାତ ଟେଲିଫୋନ ନମ୍ବରଗୁଡ଼ିକୁ ଫୋନ୍‍ ନ କରିବାକୁ ଓଡ଼ିଶା ପୁଲିସ୍‍ ପକ୍ଷରୁ ଆଜି ଏକ ଟୁଇଟ୍‍ ମାଧ୍ୟମରେ କୁହାଯାଇଛି। କୌଣସି ସେବାପ୍ରଦାନକାରୀ ସଂସ୍ଥା…

Read More
budget odisha

Odisha Budget: ଉପସ୍ଥାପିତ ହେଲା ରାଜ୍ୟ ବଜେଟ; ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ

ଭୁବନେଶ୍ଵର: ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance Minister Niranjan Pujari) ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ (Budget) ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଙ୍କ ଉପସ୍ଥିତିରେ ମନ୍ତ୍ରୀ  ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ କୋଭିଡ୍‌ ମହାମାରୀ (Covid-19) ମାନବଜାତିକୁ ବଡ଼ ସଙ୍କଟରେ ପକାଇଥିଲା। ସରକାରଙ୍କ ସକରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଓଡ଼ିଶା…

Read More
meters-smart-prepaid

Niti Aayog: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବିଦ୍ୟୁତରେ ‘One Nation, One Rate’ ଦାବି, ଲାଗିବ ପ୍ରି-ପେଡ୍ ସ୍ମାର୍ଟ ମିଟର

ପାଟନା: ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ (Niti Aayog) ର ପରିଚାଳନା ପରିଷଦର ଷଷ୍ଠ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar ) ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଆଖୁ ରସରୁ ଇଥାନଲ (Ethanol) ଉତ୍ପାଦନକୁ ନେଇ ଖୁସି ବ୍ୟକ୍ତ କରିଥିବାବେଳେ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ରାଜ୍ୟ ପାଇଁ ହାର ଦାବି କରିଛନ୍ତି। ନୀତୀଶ କୁମାର ତାଙ୍କ…

Read More
Economic Survey

Economic Survey:ରାଜ୍ୟରେ ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା

ଭୁବନେଶ୍ଵର: ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୪.୯୨ପ୍ରତିଶତକୁ ହ୍ରାସ ପାଇବ ବୋଲି ଅର୍ଥନୈତିକ ସର୍ଭେ (Economic Survey) ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଅନୁସାରେ ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ମୁଣ୍ଡପିଛା ଆୟ ୨ହଜାର ୪୧୦ଟଙ୍କା କମିଛି। ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷ…

Read More
naveen patnaik

Niti Aayog: ନୀତିଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିଭିନ୍ନ ଦାବି କଲେ ଉପସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ (Niti Aayog) ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ବୈଠକରେ ଓଡ଼ିଶା (Odisha) ର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଳବାଇ, ବ୍ୟାଙ୍କିଙ୍ଗ, ଟେଲିକମ୍‍, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନୀତି ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।…

Read More
Supreme court

Kotia: କୋଟିଆ ସୀମା ବିବାଦ; ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଦେଲେ ସମୟ

ନୁଆଦିଲ୍ଲୀ: କୋଟିଆ ସୀମା ବିବାଦ (Kotia Land Disputes) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା (Odisha) ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଆନ୍ଧ୍ରପ୍ରଦେଶ (Andhra Pradesh) ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ଏହି ସମୟ ମିଳିଥିବା କୁହାଯାଇଛି। ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଜଣେ ବରିଷ୍ଠ ଆଇନ୍‍ଜୀବୀ ସୁପ୍ରିମକୋର୍ଟଙ୍କ ପ୍ରଧାନ…

Read More
iron mines odisha

Iron Mines: ଓଡ଼ିଶାରେ ଦୁଇଟି ନୂଆ ଲୁହାପଥର ଖଣିରୁ ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କଲେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଲୁହାପଥର ଖଣି ଜିଲିଙ୍ଗ-ଲାଙ୍ଗଲୋଟା ଓ ଗୁଆଳି ଖଣି (Guali Mines) ରୁ ଲୁହାପଥର ଉତ୍ପାଦନ କାର୍ଯ୍ୟକୁ ଆଜି କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମିଳିତ ଭାବେ ଉଦଘାଟନ କରିଛନ୍ତି। ଉଭୟ ଖଣିର ମାସିକ ଉତ୍ପାଦନ କ୍ଷମତା ୧୫  ଲକ୍ଷ ଟନ୍ ହୋଇଥିବା ବେଳେ ଏଥିରେ ଆନୁମାନିକ ୨୭୫ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ହୋଇ ରହିଛି। ଭିଡିଓ…

Read More