Home » ହରଭଜନ ସିଂ ଆଇପିଏଲ୍ ରୁ ଓହରିଲେ,କହିଲେ କାରଣ

ହରଭଜନ ସିଂ ଆଇପିଏଲ୍ ରୁ ଓହରିଲେ,କହିଲେ କାରଣ

harbhajan singh
Share this:

ନୂଆଦିଲ୍ଲୀ: ସୁରେଶ ରୈନା (Suresh Raina)ଙ୍କ ପରେ ଦଳର ଅନ୍ୟ ବରିଷ୍ଠ ଖେଳାଳି ବ୍ୟକ୍ତିଗତ କାରଣରୁ ଦୁବାଇରେ ହେବାକୁଥିବା ଆଇପିଏଲ(IPL)ର ୧୩ ତମ ସିଜିନରୁ ଓହରିଯିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳର ବରିଷ୍ଠ ସ୍ପିନର ହରଭଜନ ସିଂ (Harbhajan Singh) ବ୍ୟକ୍ତିଗତ କାରଣରୁ ଟୁର୍ନାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ସିଜନରେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ହରଭଜନ ସିଂ ନିଜେ କହିଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଫ୍ରାଞ୍ଚାଇଜ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ୪୦ବର୍ଷିୟ ଭଜି ଶୁକ୍ରବାର ଦିନ କହିଛନ୍ତି ଯେ, ମୁଁ ସିଏସକେ ମ୍ୟାନେଜମେଣ୍ଟକୁ ଏହା କହିଛି ଯେ ମୁଁ ଚଳିତ ବର୍ଷ ଆଇପିଏଲରେ ଖେଳି ପାରିବି ନାହିଁ। ବ୍ୟକ୍ତିଗତ କାରଣରୁ ମୁଁ ଏହି ବର୍ଷ ଏକ ବିରତି ନେବାକୁ ନିଷ୍ପତ୍ତି ନେଇଛି। ମୁଁ ଆଶା କରୁଛି ଖେଳପ୍ରେମୀ ମୋର ନିଷ୍ପତ୍ତିକୁ ସମ୍ମାନ କରିବେ। ଆଇପିଏଲ ଇତିହାସର ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରେ ଭଜିଙ୍କ ନାମ ଆସୁଛି। ଭଜି ୧୫୦ ଆଇପିଏଲ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ହରଭଜନ ସିଂ ଦଳ ସହିତ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ ଯାଇନାହାନ୍ତି। ପରେ ସେ ଦଳରେ ଯୋଗଦେବେ ବୋଲି କୁହାଯାଉଥିଲା।

Also Read:

Share this: